Odisha Link
Bridging the Missing Links in Odisha

ଆଗରୁ ମନ୍ତ୍ରୀ ସୁରକ୍ଷିତ ନଥିଲେ, ଏବେ ବିଧାୟକ ଅସୁରକ୍ଷିତ: ସାଲୁଜା

ଓଏଲ୍‌ ବ୍ୟୁରୋ: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ଏବେ ଚହଳ ସୃଷ୍ଟି କରିଛି। ଏହି ଘଟଣା ପରେ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗରୁ ରାଜ୍ୟରେ ମନ୍ତ୍ରୀ ସୁରକ୍ଷିତ ନଥିଲେ। ଏବେ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ସାଲୁଜାଙ୍କୁ ମାରିଲେ ୧୦୦ ସାଲୁଜାଙ୍କୁ ବାହାରିବେ ବୋଲି ସାଲୁଜା କହିଛନ୍ତି।

ଏହା ସହ ବିଧାୟକ ସନ୍ତୋଷ ସିଂ ସାଲୁଜା ଆହୁରି ମଧ୍ୟ କହିଛନ୍ତି, ଏ ବାବଦରେ ମୁଁ ଟିଭି ଦେଖି ଜାଣିଲି। ହେଲେ ମୁଁ ଡରିବା ଲୋକ ନୁହେଁ। ଏନେଇ ମୁଁ ଏସପିଙ୍କୁ ଜଣାଇଛି। ଡିଜି ଓ ଗୃହକୁ ମଧ୍ୟ ଜଣାଇବି ବୋଲି ସେ କହିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିରୋଧୀ ଏଥିପାଇଁ ଷଡଯନ୍ତ୍ର କରିଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି।

ସୂଚନା ଅନୁସାରେ, ଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି।

ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’। କଣ୍ଟାବାଞ୍ଜି ପୁଲିସ ପୋଷ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ଯୁବକ ଜଣଙ୍କ କିଏ ତାହା ଜଣାପଡ଼ିନାହିଁ। ହତ୍ୟା ଧମକ ନେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡ଼ିନି।

Leave A Reply

Your email address will not be published.