ଆଜି ପରିବାର ପିଛା ୧୦୦୦ ଟଙ୍କା ଦେବେ ରାଜ୍ୟ ସରକାର, ଜାଣନ୍ତୁ କେଉଁମାନଙ୍କୁ ମିଳିବ

ଓଏଲ୍ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ବଡ଼ ସହାୟତା। ପ୍ରତିଘରରୁ ଟଙ୍କା ଯୋଗାଇବେ ରାଜ୍ୟ ସରକାର। ରାଜ୍ୟବାସୀଙ୍କ ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହା ଅଧିନରେ ଅନେକ ବିକାଶମୁଖୀ ଯୋଜନା ଲାଗୁ କରାଯାଉଛି, ଯାହା ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣୁଛି। ସରକାରଙ୍କ ପ୍ରତ୍ୟେକଟି ଯୋଜନା ରାଜ୍ୟବାସୀଙ୍କୁ ଆତ୍ମନିର୍ଭର କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୋତ୍ସାହିତ କରୁଛି।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀଙ୍କୁ ୨ଟି ବ୍ୟାଗ୍ ସହିତ ୧୦୦୦ ଟଙ୍କା ଲେଖାଏ ଦିଆଯିବ। ଓଡ଼ିଶାର ଲକ୍ଷ ଲକ୍ଷ ପରିବାରକୁ ମିଳିବାକୁ ଯାଉଛି ବଡ ଫାଇଦା। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ଥାତ୍ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ହିଁ ମିଳିବ ୧୦୦୦ ଟଙ୍କା। ଏହା ସହିତ ୨ଟି ଲେଖାଏ ଝୋଟ ବ୍ୟାଗ୍ ବି ମିଳିବ। ୯୫.୯୦ ଲକ୍ଷ ପରିବାର ଏଥିରେ ଉପକୃତ ହେବେ।