ଖୁବଶୀଘ୍ର ପୁରୀରୁ କୋଣାର୍କକୁ ଗଡ଼ିବ ଟ୍ରେନ: ଅଶ୍ୱିନୀ ବୈଷ୍ଣବ

ଓଏଲ୍ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଓଡ଼ିଶାରୁ ୩ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ନିର୍ବାଚିତ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଥିଲା। ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଥିଲା। ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିଥିଲେ। ଏହା ପରେ ଓଡିଶା ଗସ୍ତରେ ଆସି ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ପୁରୀରୁ କୋଣାର୍କକୁ ଚାଲିବ ଟ୍ରେନ। କୋଣାର୍କ ମନ୍ଦିର ସହ ଶ୍ରୀକ୍ଷେତ୍ର ଯୋଡି ହେଵ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି।
ସେହିଭଳି ପୂର୍ବରୁ, ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରାଯାଇଥିବାବେଳେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନକରି ସମସ୍ତଙ୍କୁ ସସପେନ୍ସରେ ରଖିଥିବାବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଓଡ଼ିଶାରୁ ବିଜେଡିର ଦୁଇ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର କାଏମ। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।
ସୂଚନା ଅନୁସାରେ, ୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏଥର ବି ବିଜେଡିର ସମର୍ଥନରେ ଓଡ଼ିଶାରୁ ପୁଣିଥରେ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ। ସବୁଠୁ ବଡ଼କଥା ହେଲା ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ। ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।