ତାତିରୁ ନାହିଁ ତ୍ରାହି; ସ୍ୱାଭାବିକଠୁ ୭ ଡିଗ୍ରୀ ବଢ଼ିଲା ରାତି ତାପମାତ୍ରା

ଓଏଲ୍ ବ୍ୟୁରୋ: ଫେବୃଆରୀ ମାସ ଆରମ୍ଭରୁ ଖରାଦିନର ତାତି ଅନୁଭୂତ ଆରମ୍ଭ ହୋଇ ସାରିଛି। ଯାହା ଖରାଦିନ ଆରମ୍ଭର ସୂଚନା ଦେଇ ସାରିଲାଣି। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ତାତି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସ୍ୱାଭାବିକଠୁ ୭ ଡିଗ୍ରୀ ବଢ଼ିଲା ରାତି ତାପମାତ୍ରା। ଗତକାଲି ରାଜ୍ୟର ୬ଟି ସହରର ସ୍ୱାଭାବିକ ଠାରୁ ରାତ୍ରି ତାପମାତ୍ରା ଅଧିକ ରହିଛି। ଭବାନୀପାଟଣାରେ ୨୨ ଡିଗ୍ରୀ ରାତ୍ରି ତାପମାତ୍ରା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତ ରାତିରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୭ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ସେହିପରି ଆଗାମୀ ୩ ଦିନ ଯାଏ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।