Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି; ଆଦିବାସୀଙ୍କ ଉପରୁ ହଟିବ ୪୮୦୧୮ଟି ମକଦ୍ଦମା

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ। ମକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ।

Leave A Reply

Your email address will not be published.