କଟକରେ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ; ଖର୍ଚ୍ଚ ହେବ ୬୦୦ କୋଟିରୁ ଅଧିକ ଟଙ୍କା
![](https://www.odishalink.com/wp-content/uploads/2024/02/barabati-750x430.jpg)
ଓଏଲ୍ ବ୍ୟୁରୋ: ଖେଳ ଏବଂ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳପଡିଆକୁ ପ୍ରସ୍ତୁତ କରାଗଲାଣି। ସେହିଭଳି ଆଗାମୀ ତିନି ବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ତତ୍ପରତା ଦେଖାଇଛନ୍ତି। ଏହି ଅବସରରେ ବାରବାଟୀ ଷ୍ଟାଡିୟମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଷ୍ଟାଡିୟମ ବୁଲି ଦେଖିଥିଲେ।
ଏହା ପରେ ଏକ ବଡ ନିଷ୍ପତି ନିଆଯାଇଥିବା ଓସିଏ ସମ୍ପାଦକ ସଂଜୟ ବେହେରା କହିଛନ୍ତି। ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ପରେ ପୁରା ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଥିପାଇଁ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏନେଇ ଆଜି ପିଚ ଉପରେ ପାଣ୍ଡିଆନ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ଯରେ ଷ୍ଟାଡିୟମ କାମ ଶେଷ ହେବ।