‘ଓଡ଼ିଶାରେ ନବୀନ ମ୍ୟାଜିକ୍ ଚାଲେ, କୌଣସି ଗ୍ୟାରେଣ୍ଟି କାମ ଦେବ ନାହିଁ’

ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ରାଜନୀତିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଓଡିଶା ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମ୍ବପୁଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହିଥିବାବେଳେ ରାଜନାଥ ସିଂଙ୍କ ବକ୍ତବ୍ୟ ଦେଇଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନକୁ କେହି ରୋକି ପାରିବେନି। ଆଜି କର୍ମକର୍ତ୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି କେହି ରୋକି ପାରିବେନି। ଆଜି ସାରା ଦୁନିଆ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ଶହରୁ ଅଧିକ ସିଟ୍ ହାସଲ। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ। ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ। ୯ ବର୍ଷ ଭିତରେ ୧୧ ସ୍ଥାନରୁ ୫ ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ।
ଅନ୍ୟପଟେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦାବିକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଧାୟକ ରାଜକିଶୋର ଦାସ କହିଛନ୍ତି, ଓଡିଶାରେ କାମ ଦେବନି ମୋଦୀ ଗ୍ୟାରେଣ୍ଟି। କୌଣସି ସର୍ଭେ ସବୁବେଳେ ସଠିକ୍ ନୁହେଁ। ଅନେକ ସର୍ଭେରେ ଏଭଳି କୁହାଯାଇଛି ରାଜ୍ୟରେ ପୁଣି ନବୀନ ପଟ୍ଟନାୟକ ସରକାର ଗଢିବେ। ଓଡ଼ିଶାରେ ନବୀନ ମ୍ୟାଜିକ୍ ଚାଲେ, କୌଣସି ଗ୍ୟାରେଣ୍ଟି କିଛି କାମ ଦେବ ନାହିଁ ବୋଲି ସେ କହିଛନ୍ତି।