ନୂଆ-ଓ ଛାତ୍ରବୃତ୍ତି: ମେଧାବୀଙ୍କୁ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା କରିଛନ୍ତି। ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପାଖାପାଖି ସାଢେ ୪ ଲକ୍ଷ +୩ ପିଲା ଏହି ଛାତ୍ରବୃତ୍ତି ପାଇବେ। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସହାୟକ ହେବ ନୂଆ-ଓ ଛାତ୍ରବୃତ୍ତି। ସମ୍ବଲପୁର, ଦେବଗଡ଼, ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି। ଛାତ୍ରୀଙ୍କୁ ୧୦୦୦୦ ଏବଂ ଛାତ୍ରଙ୍କୁ ୯୦୦୦ ପ୍ରତିବର୍ଷ ଛାତ୍ରବୃତ୍ତି ମିଳିବ। ଏସସି ଏବଂ ଏସଟି ଓ ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀଙ୍କୁ ୧୧୦୦୦ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତିକୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଶଂସା କରିଛନ୍ତି। ତେବେ ଆଜି ଏହି ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।