ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଅଧ୍ୟକ୍ଷତା କରିବେ ଗଜପତି ମହାରାଜା

ଓଏଲ୍ ବ୍ୟୁରୋ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ଏହି ବୈଠକରେ ଲେଜର ସ୍କାନିଂ ରିପୋର୍ଟ ଉପସ୍ଥାପିତ ହେବ। ରତ୍ନଭଣ୍ଡାର ବାହାର କାନ୍ଥ ଓ ଚୂଳର ସ୍କାନିଂ ହୋଇଛି। କମିଟିରେ ରିପୋର୍ଟ ତର୍ଜମା ହେବ। ଏହା ପରେ ପଦକ୍ଷେପ ନିଆଯିବ।
ଅନ୍ୟପଟେ, ନାଟମଣ୍ଡପ ମରାମତି ଆରମ୍ଭ ହୋଇଛି। ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଥିଲା। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଘନଘନ ବୈଠକ ବସିଥିଲା। ଛତିଶାନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ହୋଇଥିଲା। ନାଟମଣ୍ଡପ ମରାମତି ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି।