Odisha Link
Bridging the Missing Links in Odisha

ନିର୍ବାଚନୀ ପ୍ରସ୍ତୁତି: ଆଗୁଆ ଜଗିବେ କେନ୍ଦ୍ରୀୟ ଫୋର୍ସ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ନିର୍ବାଚନୀ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।

ନିର୍ବାଚନ ପାଇଁ କେନ୍ଦ୍ରୀୟ ଯବାନ ଆଗୁଆ ମୁତୟନ ହେବେ। ନିର୍ବାଚନ କମିଶନଙ୍କ ପରାମର୍ଶ ଅନୁସାରେ ଗୃହ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛି। ମୋଟ ୩ ଲକ୍ଷ ୪୦ ହଜାର କେନ୍ଦ୍ରୀୟ ଯବାନଙ୍କୁ ମୁତୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ସିଏପିଏଫ୍‌ ମୁତୟନ ହେବେ। ବିଭିନ୍ନ ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ମୁତୟନ ହେବେ। ପ୍ରଥମ ପର୍ଯ୍ୟାୟ ମୁତୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.