Odisha Link
Bridging the Missing Links in Odisha

ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି; ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

ଓଏଲ୍‌ ବ୍ୟୁରୋ: ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି। ରାଲି ଅଟକାଇବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି। ବ୍ୟାରିକେଡ୍‌ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଛନ୍ତି। ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ବେଳେ ଉତ୍ତେଜନା ହୋଇଛି। ରାଜମହଲ ଛକ ନିକଟରେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି।

ଯୁବ କଂଗ୍ରେସ କର୍ମୀ ପୁଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ବ୍ୟାରିକେଡ୍‌ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଛନ୍ତି।ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ରାଲିରେ ଯୁବ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ବି.ଭି ଶ୍ରୀନିବାସ ସାମିଲ ହୋଇଛନ୍ତି।

Leave A Reply

Your email address will not be published.