ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା; ସ୍ଥାନ ପାଇଲାନି ଓଡ଼ିଶା
![](https://www.odishalink.com/wp-content/uploads/2024/03/BJP-ODISHA.jpg)
ଓଏଲ୍ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଯେଉଁଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୫୦- ବର୍ଷରୁ କମ ୪୭ ଜଣ ଅଛନ୍ତି ଯୁବବର୍ଗର ପ୍ରାର୍ଥୀ ରହିଛନ୍ତି । ସେହିପରି ୨୮ ଜଣ ମହିଳାଙ୍କ ନାଁ ବି ଏହି ଲିଷ୍ଟରେ ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂ ଚୌହାନଙ୍କ ଭଳି ହେଭିୱେଟ ନେତା ଏଥିରେ ସାମିଲ ଅଛନ୍ତି। ହେଲେ ଓଡ଼ିଶାର କୌଣସି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେପି।
ରାଜସ୍ଥାନ, ଗୁଜରାଟରୁ ୧୫ଟି ଲେଖାଏଁ ପ୍ରାର୍ଥୀ, ମଧ୍ୟ ପ୍ରଦେଶରୁ ୨୪, ଉତ୍ତର ପ୍ରଦେଶରୁ ୫୧, ପଶ୍ଚିମବଙ୍ଗରୁ ୨୬, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମ ଓ ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ ୧୧, ଦିଲ୍ଲୀ ୫, ଝାଡ଼ଖଣ୍ଡ ୨, ଉତ୍ତରାଖଣ୍ଡ ୩, ଅରୁଣାଚଳରୁ ୨ ପ୍ରାର୍ଥୀ, ଗୋଆ, ତ୍ରିପୁରା, ଆଣ୍ଡାମାନ, ଡାମନ ଡିଉରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ସ୍ଥାନ ପାଇଲେ ୫୭ ଓବିସି ପ୍ରାର୍ଥୀ। ୨୭ ଏସ୍ସି ଓ ୧୮ ଏସ୍ଟି ପ୍ରାର୍ଥୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ମିଳିଛି।
କେଉଁଠୁ ଲଢିବେ କିଏ?
ବାରଣାସୀ – ନରେନ୍ଦ୍ର ମୋଦି
ଗାନ୍ଧୀନଗର – ଅମିତ ଶାହ
ଲକ୍ଷ୍ନୌ – ରାଜନାଥ ସିଂହ
ଆମେଥି – ସ୍ମୃତି ଇରାନୀ
ଦିବ୍ରୁଗଡ – ସର୍ବାନନ୍ଦ ସୋନୱାଲ
ଗୁଣା – ଜ୍ୟୋତିରାଦିତ୍ୟ ସିନ୍ଧିଆ
ବିଦିଶିା – ଶିବରାଜ ସିଂହ ଚୌହାନ
ଅରୁଣାଚଳ ପ୍ରଦେଶ ୱେଷ୍ଟ – କିରଣ ରିଜିଜୁ
ଗୋରଖପୁର – ରବି କିଷାନ
କୋଟା – ଓମ ବିର୍ଲା
ମଥୁରା – ହେମା ମାଳିନୀ
ଖେରି – ଅଜୟ ମିଶ୍ରା ଟେନି
ନର୍ଥ ଇଷ୍ଟ ଦିଲ୍ଲୀ – ମନୋଜ ତିୱାରୀ
ସେହିପରି ବିକାନିରରୁ ଅର୍ଜୁନରାମ ମେଘୱାଲ, ଅଲୱାରରୁ ଭୂପେନ୍ଦ୍ର ଯାଦବ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, ସିକନ୍ଦରାବାଦରୁ ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମରୁ ବିପ୍ଳବ ଦେବ, ମଥୁରାରୁ ହେମା ମାଳିନୀ, ଖେରିରୁ ଅଜୟ ମିଶ୍ରା ଟେନି, ଫତେପୁରରୁ ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଦୁମୁରିଆଗଞ୍ଜରୁ ଜଗଦମ୍ବିକା ପାଲ୍, ଗୋରଖପୁରରୁ ରବି କିଷନ, କୁଚ୍ବେହାରରୁ ନୀଶିଥ ପ୍ରମାଣିକ, ବେଲୁରଘାଟରୁ ସୁକାନ୍ତ ମଜୁମଦାର ଓ ହୁଗ୍ଲିରୁ ଲକେଟ ଚାଟାର୍ଜୀଙ୍କ ନାଁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛି।