ବିଜୁବାବୁଙ୍କ ଜୀବନୀକୁ ନେଇ ୪ଟି ପୁସ୍ତକ ଉନ୍ମୋଚିତ; ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ଦ ଟଲ୍ ମ୍ୟାନ୍ର ଓଡ଼ିଆ ଅନୁବାଦ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରସ୍ତୁତ ଏହି ପୁସ୍ତକକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ। ଏ ପୁସ୍ତକ ମାଧ୍ୟମରେ ନୂଆ ପିଢ଼ି ବିଜୁବାବୁଙ୍କ ପ୍ରେରଣାଦାୟୀ ଜୀବନଶୈଳୀ ଓ ସାହସିକ ପଦକ୍ଷେପ ବାବଦରେ ଅଧିକ ଜାଣିବେ ବୋଲି ସେ କହିଥିଲେ।
ତେବେ ଆଜି ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ, ‘ଦ ଟଲ୍ ମ୍ୟାନ୍’ ଓ ‘ବିଜୁ ପଟ୍ଟନାୟକ’ ଏବଂ ଓଡ଼ିଆ ପୁସ୍ତକ ‘ଉତ୍ତୁଙ୍ଗ ପୁରୁଷ’ ଓ ‘ବିଜୁବାବୁ’ ଉନ୍ମୋଚନ କରି ମୁଁ ବହୁତ ଖୁସି। ବିଜୁବାବୁଙ୍କ ଜୀବନୀ ଓ ଆଦର୍ଶ ସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ‘ଦ ଟଲ୍ ମ୍ୟାନ୍’ ଓ ‘ବିଜୁ ପଟ୍ଟନାୟକ’ ଏବଂ ଓଡ଼ିଆ ପୁସ୍ତକ ‘ଉତ୍ତୁଙ୍ଗ ପୁରୁଷ’ ଓ ‘ବିଜୁବାବୁ’ର ଲେଖକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୁବପିଢ଼ିଙ୍କ ପାଇଁ ଏହି ପୁସ୍ତକ ନିଶ୍ଚୟ ପ୍ରେରଣାଦାୟୀ ହେବ ବୋଲି ସେ ନିଜର ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି।
ବିଜୁବାବୁଙ୍କ ଜୀବନୀ ଓ ଆଦର୍ଶ ସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଦୁଃସାହସିକ ଜୀବନକୁ ନେଇ ରଚିତ ଇଂରାଜୀ ପୁସ୍ତକ ‘ଦ ଟଲ୍ ମ୍ୟାନ୍’ ଓ ‘ବିଜୁ ପଟ୍ଟନାୟକ’ ଏବଂ ଓଡ଼ିଆ ପୁସ୍ତକ ‘ଉତ୍ତୁଙ୍ଗ ପୁରୁଷ’ ଓ ‘ବିଜୁବାବୁ’ ଉନ୍ମୋଚନ କରି ମୁଁ ବହୁତ ଖୁସି। ଏହାର ଲେଖକଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଯୁବପିଢ଼ିଙ୍କ ପାଇଁ ଏହି ପୁସ୍ତକ… pic.twitter.com/HnVToLkCuC
— Naveen Patnaik (@Naveen_Odisha) March 5, 2024
ସୂଚନା ଅନୁସାରେ, ୨୦୧୮ରେ ପ୍ରକାଶିତ ମୂଳ ଇଂରାଜୀ ପୁସ୍ତକକୁ ସୁନ୍ଦର ଗଣେଶନ ରଚନା କରିଥିବା ବେଳେ ଏହାର ଓଡ଼ିଆ ଅନୁବାଦ କରିଛନ୍ତି ବିଶିଷ୍ଟ ଲେଖକ ସଂଗ୍ରାମ ମହାପାତ୍ର। ନବୀନ ନିବାସରେ ଆଜି ଅପରାହ୍ଣରେ ପୁସ୍ତକ ଉନ୍ମୋଚନ ଅବସରରେ ଅନୁବାଦକ ଶ୍ରୀ ମହାପାତ୍ର ଓ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। ପେନ୍ ଇନ୍ ବୁକ୍ସ ପକ୍ଷରୁ ଓଡ଼ିଆ ଅନୁବାଦ ସହ ମୂଳ ଇଂରାଜୀ ପୁସ୍ତକର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି। ଉଭୟ ପୁସ୍ତକ ଆମାଜନ୍ରେ ଉପଲବ୍ଧ ବୋଲି ସେ ସୂଚନା ଦେଇଛନ୍ତି।