ମାଓବାଦୀଙ୍କ ବର୍ବରତା; ଚାଲିଗଲା ଦମ୍ପତିଙ୍କ ଜୀବନ

ଓଏଲ୍ ବ୍ୟୁରୋ: ଗୋଛାପଡ଼ା ଥାନା ବିଡ଼ାପଦର ଗାଁରେ ମାଓବାଦୀଙ୍କ ବର୍ବରତା। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଗୋଛାପଡ଼ା ଥାନା ବିଡ଼ାପଦର ଗାଁ ନିକଟ ଜଙ୍ଗଲରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତ ଫେବୃଆରୀ ଶେଷ ସପ୍ତାହରେ ମାଲକାନଗିରି ସୀମାନ୍ତ ସୁକମାରେ ୨ ଆଦିବାସୀଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିଲା। ୨ ମୃତକ ସୋଡ଼ି ହୁଙ୍ଗା ଓ ମାଡ଼ବି ନନ୍ଦା ବୋଲି ଜଣା ପଡିଥିଲା।