ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ୪ ଜୀବନ୍ତ ଦଗ୍ଧ
![](https://www.odishalink.com/wp-content/uploads/2024/03/fire.jpg)
ଓଏଲ୍ ବ୍ୟୁରୋ: ଦିଲ୍ଲୀ ଶାସ୍ତ୍ରୀନଗରରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ୪ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି। ଆବାସିକ କୋଠାରେ ନିଆଁ ଲାଗି ୨ ଶିଶୁ ସମେତ ୪ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ପାର୍କିଂ ସ୍ଥାନରୁ ନିଆଁ ବ୍ୟାପିଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଉଛି।