ସୁନ୍ଦରଗଡ଼ରେ ଠାବ ହେଲା ବିରଳ କଳାବାଘ; କ୍ୟାମେରାରେ କଏଦ ହେଲା ଚିତ୍ର
ଓଏଲ୍ ବ୍ୟୁରୋ: ସୁନ୍ଦରଗଡ଼ରେ ଠାବ ହେଲା ବିରଳ କଳାବାଘ। ଓଡ଼ିଶା ସହ ସୁନ୍ଦରଗଡ ଜିଲ୍ଲା ପାଇଁ ଏହା ଖୁସି ଖବର। ଏହି ବିରଳ କଳା ବାଘ ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଠାବ ହୋଇଛି। ବନବିଭାଗ କ୍ୟାମେରାରେ ଏହି ବ୍ଲାକ୍ ପାନ୍ଥର ବା ବିରଳ କଳା ବାଘ କଏଦ ହୋଇଛି। ଏହା ବନବିଭାଗ କ୍ୟାମେରାରେ କେବଳ କଳା ବାଘ ନୁହଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା। ହେଲେ ସେବେଠାରୁ ଏହି ବାଘର କୌଣସି ପତ୍ତା ମିଳୁ ନଥିଲା। ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ପୁଣି କଳାବାଘର ଚିତ୍ର କଏଦ ହୋଇଛି। ଏଥି ସହିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଗାଁ ଲୋକ କଳାବାଘକୁ ଦେଖିଥିବା କଥା କହିଛନ୍ତି।