ସନ୍ଦେଶଖାଲି ମାମଲା; ୮ ଜଣଙ୍କୁ ସିବିଆଇର ସମନ
ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକାଧିକ ସ୍ଥାନରେ ଚଢ଼ାଉ କରିୁଛି ଇଡି। ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଜମି ଜବରଦଖଲ ମାମଲାରେ ଏହି ଚଢ଼ାଉ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଶାହଜାହାନ ଶେଖଙ୍କ ସନ୍ଦେଶଖାଲିସ୍ଥିତ ଇଟାଭାଟି ଓ ଧାମଖାଲିରେ ଥିବା ତାଙ୍କ ଆଶ୍ରୟସ୍ଥଳୀରେ ଚଢ଼ାଉ ଜାରି ରହିଛି। ଇଡି ଅଧିକାରୀଙ୍କ ସହ ବହୁ ସଂଖ୍ୟକ ଯବାନ ଅଛନ୍ତି। ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ରହିଛି ଅନେକ ମାମଲା। ନିକଟରେ ତାଙ୍କୁ ଗିରଫ କରାଯାଇ ସିବିଆଇ ହେପାଜତରେ ରଖାଯାଇଛି। ଶାହାଜାହାନ ଶେଖ ମଧ୍ୟ ପଶ୍ଚିମବଙ୍ଗ ରାସନ ଦୁର୍ନୀତିର ଅଭିଯୁକ୍ତ। ରାସନ ଦୁର୍ନୀତି ମାମଲାରେ ଇଡିର ଏକ ଟିମ୍ ଜାନୁଆରୀ ୫ ତାରିଖରେ ଶାହାଜାହାନ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ସନ୍ଦେଶଖାଲି ଯାଇଥିଲେ, କିନ୍ତୁ ଶାହାଜାହାନ ଶେଖଙ୍କ ସମର୍ଥକମାନେ ଇଡି ଟିମ୍ ଉପରକୁ ପଥର ଫିଙ୍ଗିଥିଲେ, ଯେଉଁଥିରେ ଅନେକ ଇଡି ଅଧିକାରୀ ଆହତ ହୋଇଥିଲେ।
ଏହାପରେ ଇଡି ଶାହଜାହାନ ଶେଖଙ୍କ ବିରୋଧରେ ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମାମଲା ମଧ୍ୟ ରୁଜୁ କରିଥିଲା। ଅନ୍ୟପଟେ ଶାସକ ମମତା ବାନାର୍ଜୀଙ୍କ ସରକାର କଲିକତା ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।