କିଏ ହେବେ ନିର୍ବାଚନ କମିଶନର; ଜାଣନ୍ତୁ…

ଓଏଲ୍ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନର (ଇସି) ପଦବୀକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେବା ନେଇ ନିଷ୍ପତି ହୋଇଥିବା ବିରୋଧୀ ଦଳ ନେତା ଅଧିରଞ୍ଜନ ଚୌଧୁରୀ କହିଛନ୍ତି।
ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଅଚାନକ ଅରୁଣ ଗୋଏଲ ହଠାତ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିଲେ। ଫଳରେ ୨ ନିର୍ବାଚନ କମିଶନର ପଦ ଏବେ ଖାଲି ପଡ଼ିଥିଲା। ଏହି ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ ନିକଟରେ ଏହି ଆଇନରେ ସଂଶୋଧନ ହୋଇଛି।