ମହିଳା ସଶକ୍ତିକରଣର ମଡେଲ ହୋଇଛି ଓଡ଼ିଶା: ବିଜେଡି ମୁଖପାତ୍ର

ଓଏଲ୍ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ଜାତୀୟ ମୁଖପାତ୍ର ସନ୍ତୃପ୍ତ ମିଶ୍ର ଓ ଶ୍ରୀମୟୀଙ୍କ ସାମ୍ବାଦିକ ସମ୍ମିଳନୀ ହୋଇଛି। ଏହି ସମ୍ମିଳନୀରେ ସନ୍ତୃପ୍ତ ମିଶ୍ର କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି। ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ସରକାର। ବିକାଶ କ୍ଷେତ୍ରରେ ‘ମିଶନ ଶକ୍ତି’ ମହିଳାଙ୍କୁ ଆଗକୁ ନେଇଛି। ମିଶନ ଶକ୍ତି ମହିଳାଙ୍କ ପାଇଁ ସ୍କୁଟର ଯୋଜନା ହୋଇଛି। ମହିଳା ସଶକ୍ତିକରଣର ମଡେଲ ହୋଇଛି ଓଡ଼ିଶା। ମହିଳାମାନେ ହେଉଛନ୍ତି ଶକ୍ତି ସ୍ୱରିପୁଣି। ଓଡ଼ିଶାର ଲୋକସଙ୍ଖ୍ୟାର ୫୦ ପ୍ରତିଶତ ମହିଳା। ମହିଳାଙ୍କ ପାଇଁ କାମ କଲେ ରାଜ୍ୟର ବିକାଶ ହେବ ବୋଲି ବିଜେଡିର ଜାତୀୟ ମୁଖପାତ୍ର ସନ୍ତୃପ୍ତ ମିଶ୍ର କହିଛନ୍ତି।