ପଦ୍ମ ଧରିଲେ ଅରିନ୍ଦମ ରାୟ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏହାରି ମଧ୍ୟରେ ନେତା ଙ୍କ ଦଳ ଡିଆଁ ପର୍ବ ମଧ୍ୟ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଓଡ଼ିଆ ଜଗତର ଚର୍ଚିତ ଅଭିନେତା ତଥା ବିଜୁ ଜନତା ଦଳର କାର୍ଯ୍ୟରତ ଥିବା କର୍ମୀ ଅରିନ୍ଦମ ରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ଦେଇଥିବା ନିଜ ଫେସବୁକ ପେଜରେ ସେଆର କରିଛନ୍ତି। ଏହା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।