Odisha Link
Bridging the Missing Links in Odisha

ଏୟାରଲିଫ୍ଟ ହେବେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ; ଭୁବନେଶ୍ବରକୁ ହେବେ ସ୍ଥାନାନ୍ତର

ଓଏଲ୍‌ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ। ଗତକାଲି ବିଳମ୍ବିତ ରାତିରେ କାର ଦୁର୍ଘଟଣାର ଶିକାର ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରରେ ତାଙ୍କ ଗାଡ଼ିକୁ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିବାରୁ ଦୁର୍ଘଟଣା ହୋଇଛି। ଏହା ପରେ ତାଙ୍କୁ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବାବେଳେ ସମ୍ବଲପୁରରୁ ଏୟାରଲିଫ୍ଟ ହେବେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସ୍ଥାନାନ୍ତର କରାଯିବ। ସମ୍ବଲପୁର ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଅଣାଯିବ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ ମୁଣ୍ଡରେ ୩୦ଟି ଷ୍ଟିଚ୍ ପଡିଥିବା ବେଳେ ନାକ ଓ ଆଖିରେ ମଧ୍ୟ ଆଘାତ ଲାଗିଛି। ଏବେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଗତକାଲି ନବୀନ ନିବାସ ବୈଠକରେ ଯୋଗ ଦେଇ ଫେରିବା ପରେ ନିଜ କାର ଯୋଗେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ସ୍ଥିତ ନିଜ ଘରକୁ ଫେରୁଥିଲେ। ବିଳମ୍ୱିତ ରାତିରେ ସମ୍ୱଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା।

Leave A Reply

Your email address will not be published.