ଇଲେକ୍ଟୋରାଲ ବଣ୍ଡ୍ ମାମଲା: ଏସବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଛନ୍ତି।ଇଲେକ୍ଟୋରାଲ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟ ପୁଣି ନୋଟିସ ଜାରି କରିଛନ୍ତି। ଏସବିଆଇକୁ ପୁଣି ନୋଟିସ ଜାରି କଲେ ସୁ୍ପ୍ରିମକୋର୍ଟ। ବଣ୍ଡର ନମ୍ବର ଦେବାକୁ ଏସବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସୁଦ୍ଧା ଉତ୍ତର ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲା।
ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୫ ତାରିଖ ସୁଦ୍ଧା ତଥ୍ୟ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ। ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ୟ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ।