ବଡ଼ ଖବର: ଆଜି ଘୋଷଣା ହେବ ନିର୍ବାଚନ ତାରିଖ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ଘୋଷଣା ହେବ ନିର୍ବାଚନ ତାରିଖ। ଆଜି ଦିନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ନିଷ୍ପତି ହୋଇଛି। ନିର୍ବାଚନ କମିଶନଙ୍କ ବୈଠକ ପରେ ଏହି ନିଷ୍ପତି ସାମ୍ନାକୁ ଆସିଛି। ଆଜି ଦିନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର। ତେବେ ଆଜି ଅପରାହ୍ନ ୩ଟାରେ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ।