ସାବଧାନ! ଏଣିକି ନିଶାଦ୍ରବ୍ୟ ଚାଲାଣ ଉପରେ ରହିବ କଡ଼ା ନଜର

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଅରୁଣାଂଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ଓ ଓଡ଼ିଶାରେ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଉଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ନିର୍ବାଚନୀ କସରତ ମଧ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, ଆଇନ ଶୃଙ୍ଖଳା ଏଡିଜି ଉପସ୍ଥିତ ରହିଥିବାବେଳେ ଭିସିରେ ସାମିଲ ହୋଇଛନ୍ତି ସବୁ ଜିଲ୍ଲାର ଏସ୍ପି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଡିଜି କ୍ୟାମ୍ପ ଅଫିସରେ ମିଟିଂ କରାଯାଇଥିଲା।
ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀ ମନ୍ତବ୍ୟ ଦେଇଛନ୍ତି। ପଡ଼ୋଶୀ ରାଜ୍ୟରୁ ଟଙ୍କା, ନିଶାଦ୍ରବ୍ୟ ଚାଲାଣ ସମ୍ଭାବନା ରହିଛି। ସୀମାବର୍ତ୍ତୀ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ କରାଯାଇଛି। ନକ୍ସଲପ୍ରବଣ ଅଞ୍ଚଳରେ ସୀମାବର୍ତ୍ତୀ ରାଜ୍ୟ ସହ ସମନ୍ବୟ ରକ୍ଷା କରିବୁ। ରାତିରେ ନାକା ବଢ଼ାଇଛୁ, ଗାଡ଼ିମୋଟର ଯାଞ୍ଚ କରାଯାଉଛି। ସୋସିଆଲ୍ ମିଡିଆର କଣ୍ଟେଣ୍ଟ ଉପରେ ତୀକ୍ଷଣ ନଜର ରଖିବୁ ବୋଲି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀ ମନ୍ତବ୍ୟ ଦେଇଛନ୍ତି।