ଆଜି କେନ୍ଦୁଝର ବନ୍ଦ; ୨ଟି ଟ୍ରେନ୍କୁ ଅଟକ ରଖି ପ୍ରତିବାଦ

ଓଏଲ୍ ବ୍ୟୁରୋ: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ। ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଓଏମସି ଶୁଆକାଟିରୁ ଗୁହାଲଡିହି ଯାଏଁ ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ୍ ମାଲିକ ସଂଘ। ପ୍ରଭାବରେ କେନ୍ଦୁଝରଗଡ ଷ୍ଟେସନରେ କେନ୍ଦୁଝରଗଡ-ଖୋର୍ଦ୍ଧାରୋଡ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ସେହିପରି ସହର ଗାନ୍ଧିଛକରେ ଯାନବାହନ ବନ୍ଦ କରାଯାଇଥିବା ବେଳେ ସହହର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ବନ୍ଦକୁ ୧୫ ସଂଗଠନ ପକ୍ଷରୁ ସମର୍ଥନ, ଅତ୍ୟାବଶ୍ୟକ ସେବା ବାଦ୍ ପଡିଛି।