ବିଜେଡିର ନିର୍ବାଚନୀ କସରତ: ନେତାଙ୍କୁ ନବୀନ ନିବାସକୁ ଡାକରା

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଅରୁଣାଂଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ଓ ଓଡ଼ିଶାରେ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଉଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।
ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି। ତେବେ ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ କସରତ ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟର ଶକ୍ତିଶାଳୀ ଦଳ ଭାବେ ପ୍ରଦର୍ଶନ କରିଆସୁଥିବା ବିଜୁ ଜନତା ଦଳ ମଧ୍ୟ ନିଜର ନିର୍ବାଚନୀ କସରତ ଆରମ୍ଭ କରିଛି। ପୁରୀର ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଡାକରା ଆସିଛି। ତେବେ ଟିକେଟ ଫାଇନାଲ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।