ଇଲେକ୍ଟୋରାଲ ବଣ୍ଡ୍ ମାମଲା: ଏସ୍ବିଆଇକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଛନ୍ତି।ଇଲେକ୍ଟୋରାଲ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟ ପୁଣି ନୋଟିସ ଜାରି କରିଛନ୍ତି। ଏସବିଆଇକୁ ପୁଣି ନୋଟିସ ଜାରି କଲେ ସୁ୍ପ୍ରିମକୋର୍ଟ। ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ଏସ୍ବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବଣ୍ଡ୍ ସମ୍ପର୍କିତ ସବୁ ତଥ୍ୟ ଦେବାକୁ ଏସ୍ବିଆଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ଦେବାରେ ଏସ୍ବିଆଇ ବାଛବିଚାର କରିପାରିବ ନାହିଁ ବୋଲି କହିଛନ୍ତି।
ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୫ ତାରିଖ ସୁଦ୍ଧା ତଥ୍ୟ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ। ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ୟ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ।