ବ୍ୟାଙ୍କରେ ଜମା ହେଲା ମହାପ୍ରଭୁଙ୍କ ୩୯ କୋଟି ଟଙ୍କା

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହେଲା। ୭.୮୦ପ୍ରତିଶତ ସୁଧ ହାରରେ ୩୬ କୋଟି ୩ ଲକ୍ଷ ଜମା ନେଲା କାନାରା ବ୍ୟାଙ୍କ। ୩ କୋଟି ୧୮ ଲକ୍ଷକୁ ୭.୫୫ପ୍ରତିଶତ ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା। ତେବେ ଟେଣ୍ଡର ପରେ କେଉଁ ବ୍ୟାଙ୍କରେ ଟଙ୍କା ରହିବ ବୋଲି ନିଷ୍ପତି ନିଆଯାଇଥିଲା। ଯାହା ଆଜି ହସ୍ତାନ୍ତର କରାଯାଇଛି। ବ୍ୟାଙ୍କ ଅଫ୍ ବରୋଦା ଓ କାନାରା ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯାଇଛି।