ତାତିରୁ ମିଳିବ ତ୍ରାହି; କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍ କରୁଛି ଗ୍ରୀଷ୍ମପ୍ରବାହ। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଛି। ଏହାରି ଭିତରେ ଆସୁଛି କାଳବୈଶାଖୀ। କାଲିଠୁ ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ନେଇ ପାଣିପାଗ ବିଭାଗର ସତର୍କତା ଜାରି କରିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବଜ୍ରପାତ ସହ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି।
ରାଜ୍ୟର ୯ ଜିଲ୍ଲାକୁ ଅରେଞ୍ଜ, ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଲି ପାଇଁ ବୌଦ୍ଧ, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ଅନୁଗୁଳ, ନୟାଗଡ, ଢେଙ୍କରନାଳ ଜିଲ୍ଲାପରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କଟକ, ଢେଙ୍କାନାଳ, ଗଞ୍ଜା. ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଳାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବର୍ଷା ହେଲେ ତାତିରୁ ଏକପ୍ରକାର ତ୍ରାହି ମିଳିବ ବୋଲି ଆଶା କରାଯାଉଛି।