ବଡ଼ ଧରଣର ଏନ୍କାଉଣ୍ଟର: ୪ ନକ୍ସଲ ନିହତ

ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ର ଗଡ଼ଚିରୋଲିରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେବା ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି। ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। ନିହତ ୪ ନକ୍ସଲଙ୍କ ନାଁରେ ୩୬ ଲକ୍ଷର ପୁରସ୍କାର ରାଶି ଥିଲା।