ବନ ବିଭାଗର କଡ଼ା ଆଭିମୁଖ୍ୟ: କାଲିଠୁ ଶିମିଳିପାଳ କୁଲଡିହାରେ ହେବ କମ୍ବିଂ

ଓଏଲ୍ ବ୍ୟୁରୋ: କାଲିଠୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟରେ ଜୋରଦାର କମ୍ବିଂ କରାଯିବ। ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ପରେ ବିଭାଗର କଡ଼ା ଆଭିମୁଖ୍ୟ ନିଆଯାଇଛି। ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ୍ ମିଳିତ କମ୍ବିଂ କରିବେ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବନ୍ଧୁକ ରଖିଥିବା ଶିକାରୀଙ୍କୁ ବନ୍ଧୁକ ସରେଣ୍ଡର କରିବାକୁ ଚେତାବନୀ ଦିଆଯାଇଛି।
ସୂଚନା ଅନୁସାରେ, ନୀଳଗିରିରେ ଶିକାରୀ ଗୁଳିରେ ୨ ବନ କର୍ମଚାରୀ ଗୁରୁତର ହୋଇଥିବାବେଳେ ୧ ଆହତ ହୋଇଛନ୍ତି। ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ ହୋଇଥିଲେ। ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଗୁଳିମାଡ଼ କଲେ ଶିକାରୀ। ଘଟଣାରେ ୨ ଶିକାରୀଙ୍କୁ କୁଳଡିହା ବନ ବିଭାଗ ଗିରଫ କରିଛି।