ଲୁଟେରାଙ୍କ ଜଘନ୍ୟକାଣ୍ଡ; ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ମାରିଲେ ଛୁ’

ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ଜଳେଶ୍ବରରେ ଏକ ଲୁଟ ହୋଇଥିବା ଖବର ସାମ୍ନାକୁ ଆସିଛି। ବାଇକ୍ରେ ଆସି ୧ ଲକ୍ଷ ୫ ହଜାର ଲୁଟିନେଲେ ଦୁର୍ବୃତ୍ତ। ଅଗ୍ରୱାଲା ଛକ ନିକଟରେ ସାଇକେଲ ଆରୋହୀଙ୍କ ଠାରୁ ଲୁଟ୍ ହୋଇଛି। ବ୍ୟାଙ୍କରୁ ଟଙ୍କା ଉଠାଇ ସମ୍ପର୍କୀୟ ମହିଳାଙ୍କ ସହ ଯିବା ବେଳେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୨ ଲୁଟେରା ମହିଳାଙ୍କଠୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି।