ବିହାରରେ ଆସନ ବୁଝାମଣା; ପଦ ଛାଡ଼ିଲେ ପଶୁପତି ପାରସ

ଓଏଲ୍ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ବିହାରରେ ଆସନ ବୁଝାମଣା ହୋଇଛି। ହେଲେ ତାଙ୍କ ଦଳକୁ ଗୋଟିଏ ବି ଆସନ ମିଳିନାହିଁ। ତେଣୁ ସେ ଏନଡିଏ ଛାଡିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିହାରରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ ୧୬ଟି, ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଦଳ ୫ଟି, ଉପେନ୍ଦ୍ର କୁଶୱା ଏବଂ ଜୀତନରାମ ମାଂଝିଙ୍କ ଦଳ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ହେଲେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ମିଳିନାହିଁ। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପଶୁପତି ପାରସ ଇସ୍ତଫାପତ୍ର ଦେଇଥିବା ନେଇ ଆରଏଲଜେପି ସଭାପତି କହିଛନ୍ତି।