ନନ୍ଦନକାନନରେ ନୂଆ ଅତିଥି; ବଢ଼ିଲା ସିଂହ ସଂଖ୍ୟା
ଓଏଲ୍ ବ୍ୟୁରୋ: ନନ୍ଦନକାନନରେ ବଢ଼ିଲା ଅତିଥି ସଂଖ୍ୟା। ଦ୍ୱିତୀୟ ଥର ମା ହେଲା ସିଂହୀ ରେୱା। ଏସିଆଟିକ ସିଂହୀ ରେୱା ଔରସରୁ ୩ଟି ଅଣ୍ଡିରା ଶାବକ ଜନ୍ମ ନେଇଛନ୍ତି। ସିଂହ ମାନଙ୍କ ସଂଖ୍ୟା ଏବେ ୨୪କୁ ବୃଦ୍ଧି ଘଟିଛି। ପ୍ରାଣୀ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସେମାନଙ୍କୁ ରଖାଯାଇଛି। ଉଭୟ ମା ଓ ଶାବକ ସୁସ୍ଥ ଥିବାବେଳେ ତାଙ୍କୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ଉପ ନିର୍ଦେଶକ ସନତ କୁମାର ଏନ ଏନେଇ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ହୋଇଛି।