ଆସନ୍ତାକାଲି ପାଳନ ହେବ ହୋଲି: ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପାଳନ ହେବ ହୋଲି। ଏହି ରଙ୍ଗର ପର୍ବରେ ତୁଠରେ ଜଗିବେ ଅଗ୍ନିଶମ କର୍ମଚାରୀ। ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲରେ ମୁତୟନ କର୍ମଚାରୀ ହେବେ। ୫ଟି ସ୍ଥାନରେ ଲାଇଫ ଗାର୍ଡ, ଜ୍ୟାକେଟ, ରବର ବୋଟ ଆଦି ରହିବ। କୁଆଖାଇ, ଦୟା ନଦୀ ଓ ପୁରୀ କେନାଲ ଆଦିରେ ମୁତୟନ ହେବେ। ପ୍ରତି ତୁଠରେ ୬ ଜଣ ରେସକ୍ୟୁ ଟିମ୍ ରଖିବାକୁ ବିଭାଗ ନିଷ୍ପତ୍ତି ନେଇଛି। ନିଶାସକ୍ତ ଅବସ୍ଥାରେ ପାଣିକୁ ଯିବା ମନା କରାଯାଇଥିବାବେଳେ ଚୋରା ବାଲି ପ୍ରତି ସତର୍କ ନିର୍ଦ୍ଦେଶ ଦିଆଯାଇଛି।