ବାଇକ୍କୁ ପିଟିଲା ବସ୍; ୨ ମୃତ
![](https://www.odishalink.com/wp-content/uploads/2024/03/acc-1-750x430.jpg)
ଓଏଲ୍ ବ୍ୟୁରୋ: ବଲାଙ୍ଗିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ବାଇକ୍କୁ ଧକ୍କା ଦେଲା ଓଏସଆରଟିସି ବସ୍। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତ ୨ ବାଇକ୍ ଆରୋହୀ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଏନଏଚ୍ ୫୭ ଭଦ୍ରାପାଲି ଛକ ନିକଟରେ ଦୁର୍ଘଟଣା ହୋଇଛି। ବସ୍ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।