ଏପ୍ରିଲ ୮ରେ ଚଳିତବର୍ଷର ପ୍ରଥମ ସୂର୍ଯ୍ୟ ପରାଗ; ଜାଣନ୍ତୁ କେଉଁଠି ରହିବ ପ୍ରଭାବ
![](https://www.odishalink.com/wp-content/uploads/2024/03/solar-750x430.jpg)
ଓଏଲ୍ ବ୍ୟୁରୋ: ଆସନ୍ତା ଏପ୍ରିଲ ୮ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ଚଳିତ ବର୍ଷର ସୂର୍ଯ୍ୟ ପରାଗ ଏପ୍ରିଲ ୮ ସୋମବାର ଦିନ ଲାଗିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ମେକ୍ସିକୋ, କାନାଡା ସମେତ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ। ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ। ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ କେତେ ପ୍ରକାରର ଏବଂ କେମିତି ଦେଖାଯାଏ।
ପୂର୍ଣ୍ଣ ସୂର୍ଯ୍ୟ ପରାଗ: ଆସନ୍ତା ଏପ୍ରିଲରେ ପୂର୍ଣ୍ଣ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଅତିକ୍ରମ କରିଥାଏ ଏବଂ ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟକୁ ଘୋଡାଇ ରଖିଥାଏ ତାହାକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ କୁହାଯାଏ। ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗିଲା ପରେ ଆକାଶ ଅନ୍ଧକାରମୟ ହୋଇଯାଇଥାଏ। ଭାରତରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହାର ଅଶୁଦ୍ଧି କାଳ ଲାଗିବ ନାହିଁ।