ନବୀନ ନିବାସରେ ତନୟା ପଟ୍ଟନାୟକ
ସୌମ୍ୟଙ୍କ ବାସଭବନରେ ବବି ଦାସ
![](https://www.odishalink.com/wp-content/uploads/2024/03/Tanaya-Patnaik-750x430.jpg)
ଭୁବନେଶ୍ବର: ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କନ୍ୟା ତଥା ଦୈନିକ ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ ଆଜି ଅପରାହ୍ଣରେ ନବୀନ ନିବାସ ଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଆଜି ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସୌମ୍ୟରଂଜନଙ୍କ ବାସଭବନକୁ ଯାଇଛନ୍ତି।
ଦୁଇଦିନ ତଳେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ସୌମ୍ୟରଂଜନଙ୍କୁ ଭେଟିବା ପରେ ଶ୍ରୀ ପଟ୍ଟନାୟକ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢ଼ିଥିଲା। ଆଜି ବବି ଦାସଙ୍କ ସହ ତାଙ୍କର ଭେଟ ଓଡ଼ିଶା ରାଜନୀତିରେ ପୁଣି ଏକ ନୂଆ ସମୀକରଣର ସୂତ୍ରପାତ କରିଛି।
ବିଜୁ ଜନତା ଦଳ ନିଜର ପ୍ରଥମ ଦଫା ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଖଣ୍ଡପଡ଼ାରେ କାହାକୁ ଦଳୀୟ ଟିକଟ ମିଳିବ ତାହା ଏଯାଏଁ ସ୍ଥିର ହୋଇନାହିଁ।