ବନ୍ୟଜନ୍ତୁଙ୍କ ସହ ଫଟୋ ସେୟାର ପଡ଼ିଲା ମହଙ୍ଗା; ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି

ଓଏଲ୍ ବ୍ୟୁରୋ: ବନ୍ୟଜନ୍ତୁଙ୍କ ସହ ଫୋଟୋ ସେୟାର ପଡ଼ିଲା ମହଙ୍ଗା। ବନବିଭାଗ ନିକଟରେ ଆତ୍ମସମର୍ପଣ କଲେ ଭଦ୍ରକର ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି। ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଯାଜପୁର ରୋଡ଼ ବନବିଭାଗ କାର୍ଯ୍ୟାଳୟ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ମହଙ୍ଗା ପଡିଲା। ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ବନ ବିଭାଗ ଚଢାଉ କରଥିଲା।
ତେବେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଗିରଫ ଭୟରେ ଫେରାର ହୋଇଯାଇଥିଲେ। କିଛି ଦିନ ହେଲା ମୋନାଲିସା ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ। ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ। ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ। ଏହା ପରେ ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି।