ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ଓଏଲ୍ ବ୍ୟୁରୋ: ଶ୍ରୀନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ ଖାଇକୁ ଖସିଲା ଭ୍ୟାନ୍। ଘଟଣା ସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ରାମବନ ଅଞ୍ଚଳରେ ଦୁର୍ଘଟଣା ହୋଇଛି। ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।