ମହଙ୍ଗା ମାଡ଼: ରେକର୍ଡ ଭାଙ୍ଗିଲା ସୁନା ଦର
ଓଏଲ୍ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର। ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଆଜି ୬୮ ହଜାର ୭୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଆଜି ୬୩ ହଜାର ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ତେବେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ମାତ୍ର ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୪ ହଜାର ଟଙ୍କା ମହଙ୍ଗା ହୋଇଛି। ବିବାହ ଋତୁ ଚାଲିଥିବାରୁ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗୋଟିଏ ଦିନରେ ପ୍ରାୟ ୧୪ଶହ ଟଙ୍କା ସୁନା ଦର ବୃଦ୍ଧି ପାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।