ବିଜେପି ଗଠନ କଲା ନିର୍ବାଚନୀ ଇସ୍ତାହାର କମିଟି; ଓଡ଼ିଶାର ୩ ନେତାଙ୍କୁ ମିଳିଲା ସ୍ଥାନ
ଓଏଲ୍ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛନ୍ତି। ଏସବୁ ମଧ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର କମିଟି ଘୋଷଣା କରିଛି। ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି ରାଜନାଥ ସିଂହ।
ଏହି କମିଟିର ସଂଯୋଜକ ଦାୟିତ୍ବ ନିର୍ମଳା ସୀତାରମଣଙ୍କୁ ମିଳିଥିବା ବେଳେ ପୀୟୁଷ ଗୋୟଲ ହେଇଛନ୍ତି ବିଜେପି ନିର୍ବାଚନୀ ଇସ୍ତାହାର କମିଟିର ସହ ସଂଯୋଜକ। ବିଜେପି ନିଜର ନିର୍ବାଚନୀ ଇସ୍ତାହାର କମିଟିରେ ମୋଟ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ଦେଇଛି। ଓଡ଼ିଶାରୁ ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ ଏହି କମିଟିରେ ସ୍ଥାନ ପାଇଛନ୍ତି। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଛି।
ସେହିପରି କମିଟିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାମିଲ କରାଯାଇଛି। ସେହିପରି ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ସ୍ମୃତି ଇରାନୀ, ଅର୍ଜୁନରାମ ମେଘବାଲ, କିରଣ ରିଜିଜୁ, ଭୁପେନ୍ଦ୍ର ପଟେଲ, ହେମନ୍ତ ବିଶ୍ୱଶର୍ମା, ବିଷ୍ଣୁଦେବ ସାଏ, ରବିଶଙ୍କର ପ୍ରସାଦ, ସୁଶୀଲ ମୋଦୀ, କେଶବ ପ୍ରସାଦ ମୌର୍ଯ୍ୟ, ରାଜୀବ ଚନ୍ଦ୍ରଶେଖର, ବିନୋଦ ତାୱଡେ, ରାଧାମୋହନ ଦାସ, ଓପି ଧନଖଡ, ଅନୀଲ ଆଣ୍ଟୋନି, ତାରିକ ମନସୁରଙ୍କ ଭଳି ନେତା ଏହି କମିଟିରେ ରହିଛନ୍ତି।