କଂଗ୍ରେସର ହାତ ଛାଡ଼ିଲେ ଚିରଞ୍ଜୀବ ବିଶ୍ବାଳ

ଓଏଲ୍ ବ୍ୟୁରୋ: ଓଡ଼ିଶା କଂଗ୍ରେସର ହାତ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ। ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ। ୨୦୦୪ରୁ ୨୦୦୯ ତିର୍ତ୍ତୋଲରୁ ବିଧାୟକ ଥିଲେ। ବିଧାନସଭାରେ ବିରୋଧୀ ଦଳ ଉପନେତା ମଧ୍ୟ ଥିଲେ ଚିରଞ୍ଜୀବ। ତେବେ ଆଜି ସେ ହଠାତ୍ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।ତାଙ୍କ ଇସ୍ତଫା ନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିଲା।ସେ ବିଜେଡ଼ିରେ ମିଶିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବ। ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। କିନ୍ତୁ ହାରି ଯାଇଥିଲେ। ୨୦୦୯ରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ। ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ଚିରଞ୍ଜୀବଙ୍କ ଭାଇ ରଂଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସଭା ସାଂସଦ ଥିଲେ।