ଅରିନ୍ଦମ, ସିଦ୍ଧାନ୍ତଙ୍କ ପରେ ବିଜେଡି ଛାଡ଼ିଲେ ଆକାଶ

ଓଏଲ୍ ବ୍ୟୁରୋ: ପ୍ରିୟଦର୍ଶୀ ମିଶ୍ରଙ୍କ ପରେ ବିଜେଡି ଛାଡ଼ିଲେ ଆଉ ଜଣେ ଷ୍ଟାର ନେତା। ବିଜେଡି ଛାଡ଼ଇଲେ କରୋଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ। ଦଳ ଛାଡ଼ିବା ସହିତ ଏକ ଭିଡିିଓ ବାର୍ତ୍ତା ମଧ୍ୟ ଆକାଶ ତାଙ୍କ ସମର୍ଥକଙ୍କ ପାଇଁ ଜାରି କରିଛନ୍ତି।