ଓଡ଼ିଶା: ପ୍ରଥମ ଦଳ ଭାବେ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଏହି ନେତାଙ୍କୁ ମିଳିଲା ଟିକେଟ୍
![](https://www.odishalink.com/wp-content/uploads/2019/12/BJP-Odisha-1.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସାରା ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶା ସମେତ ୪ଟି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଆଜି ୨୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଓଡ଼ିଶାର ବଳକା ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯାଜପୁର, କନ୍ଧମାଳ ଓ କଟକ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଯାଜପୁରରୁ ରବିନ୍ଦ୍ର ନାରାୟଣ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଲଢିବେ ଭର୍ତ୍ତୃହରି ମହତାବ। ତେବେ ଏହି ଲୋକସଭା ଆସନ ସହ ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିସାରିଛି।
କେଉଁ ଲୋକସଭା ଆସନରେ କାହାକୁ ମିଳିଲା ଟିକେଟ୍, ଜାଣନ୍ତୁ
ବରଗଡ଼: ପ୍ରଦୀପ ପୁରୋହିତ
ସୁନ୍ଦରଗଡ଼: ଜୁଏଲ ଓରାମ
ସମ୍ବଲପୁର: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦୁଝର: ଅନନ୍ତ ନାୟକ
ମୟୂରଭଞ୍ଜ: ନବ ଚରଣ ମାଝୀ
ବାଲେଶ୍ବର: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ଭଦ୍ରକ: ଅଭିମନ୍ୟୁ ସେଠୀ
ଢେଙ୍କାନାଳ: ରୁଦ୍ର ନାରାୟଣ ପାଣି
ବଲାଙ୍ଗୀର: ସଙ୍ଗୀତା କୁମାରୀ ସିଂହ ଦେଓ
କଳାହାଣ୍ଡି: ମାଳବିକା କେଶରୀ ଦେଓ
ନବରଙ୍ଗପୁର: ବଳଭଦ୍ର ମାଝୀ
କେନ୍ଦ୍ରାପଡ଼ା: ବୈଜୟନ୍ତ ଜୟ ପଣ୍ଡା
ଜଗତସିଂହପୁର: ବିଭୁ ପ୍ରସାଦ ତରାଇ
ପୁରୀ: ସମ୍ବିତ ପାତ୍ର
ଭୁବନେଶ୍ବର: ଅପରାଜିତା ଷଡ଼ଙ୍ଗୀ
ଆସ୍କା: ଅନିତା ଶୁଭଦର୍ଶିନୀ
ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀ
କୋରାପୁଟ: କାଳୀରାମ ମାଝୀ
କଟକ: ଭର୍ତ୍ତୃହରି ମହତାବ
ଯାଜପୁର: ରବୀନ୍ଦ୍ର ନାରାୟଣ ବେହେରା
କନ୍ଧମାଳ: ସୁକାନ୍ତ କୁମାର ପାଣିଗ୍ରାହୀ