କଂଗ୍ରେସର ଟିକେଟ୍ କସରତ; ଖୁବଶୀଘ୍ର ଆସିପାରେ ପ୍ରାର୍ଥୀ ତାଲିକା
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେପି ଓ ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ କଂଗ୍ରେସର ଟିକେଟ କସରତ ଆରମ୍ଭ ହୋଇଛି। ଏହି କ୍ରମରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ ବୋଲି କୁହାଯାଉଛି। ତେବେ ରାଜନୈତିକ ଋତୁ ଚାଲିଥିବାବେଳେ ନେତା ମାନଙ୍କର ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି।
ସୂଚନା ଅନୁସାରେ, ଗତ ୨ ଦିନ ତଳେ ଓଡ଼ିଶା କଂଗ୍ରେସର ହାତ ଛାଡ଼ିଥିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ। ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ। ୨୦୦୪ରୁ ୨୦୦୯ ତିର୍ତ୍ତୋଲରୁ ବିଧାୟକ ଥିଲେ। ବିଧାନସଭାରେ ବିରୋଧୀ ଦଳ ଉପନେତା ମଧ୍ୟ ଥିଲେ ଚିରଞ୍ଜୀବ। ତେବେ ସେ ହଠାତ୍ କଂଗ୍ରେସରୁ ଇସ୍ତଫା ଦେଇଥିଲେ।