ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ୨ ନେତାଙ୍କୁ ତାଗିଦ କଲେ ଇସିଆଇ
![](https://www.odishalink.com/wp-content/uploads/2024/03/ecii.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନ ବିଗୁଲ ମାତ୍ରକେ ନିର୍ବାଚନ ଆଚରଣବିଧି ସାରା ଦେଶରେ ଲାଗୁ ହୋଇସାରିଛି। ଏହା ପରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗ ପରେ ୨ ନେତାଙ୍କୁ ତାଗିଦ କଲେ ଭାରତୀୟ ନିର୍ବାଚନ କମିଶନ। ବିଜେପି ସାଂସଦ ଦିଲୀପ ଘୋଷ, କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍ ବ୍ୟକ୍ତିଗତ କୁତ୍ସାରଟନା କରିଥିବାରୁ ତାଗିଦ କଲେ କମିଶନ। ଏସବୁ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଥିବା କମିଶନ କହିଛନ୍ତି। ଏହି ୨ ଜଣଙ୍କ ପ୍ରତି କମିଶନ ସ୍ବତନ୍ତ୍ର ନଜର ରଖିବ ବୋଲି ସୂଚନା ଦେଇଛନ୍ତି।