Odisha Link
Bridging the Missing Links in Odisha

କଲବଲ କରୁଛି ତାତି; ୩୭ ଡିଗ୍ରୀ ଉପରେ ରାଜ୍ୟର ୩ ସହର

ଓଏଲ୍‌ ବ୍ୟୁରୋ: ଉପରମୁହାଁ ପାରଦ। ବଢୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢିବା ନେଇ ଆଶଙ୍କା ଥିବାବେଳେ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଉପରେ ୩ ସହରର ତାପମାତ୍ର ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୭.୬, ଚାନ୍ଦବାଲି ଓ ଝାରସୁଗୁଡ଼ାରେ ୩୭.୨ ଡିଗ୍ରୀ, ଭୁବନେଶ୍ବରରେ ୩୬.୬, ହୀରାକୁଦରେ ୩୬, କେନ୍ଦୁଝରରେ ୩୫.୮ ଡିଗ୍ରୀ, ସମ୍ବଲପୁରରେ ୩୫.୮, ରାଉରକେଲାରେ ୩୫.୬, ପୁରୀରେ ୩୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.