ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ
![](https://www.odishalink.com/wp-content/uploads/2024/04/sandhya-650x430.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି।ଜଣଙ୍କ ପରେ ଜଣେ ଅଭିନେତାରୁ ରାଜନେତା ସାଜିଥିବା ବ୍ୟକ୍ତିତ୍ବ ଛାଡ଼ୁଛନ୍ତି ବିଜେଡି। ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେଡି ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସେ ପ୍ରଥମେ ରାଜ୍ୟସଭା ସାଂସଦ ହୋଇଥିଲେ। ପରେ ୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ହୋଇଥିଲେ। ଏହା ପରେ ବର୍ତ୍ତମାନ ବିଜେଡି ଛାଡ଼ିଲେ। ସନ୍ଧ୍ୟାବତୀ ପ୍ରଧାନ ପୂର୍ବତନ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି।