ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ; ବଦଳିବେ ୨ ଜିଲ୍ଲାପାଳ ଓ ୫ ଏସ୍ପି
![](https://www.odishalink.com/wp-content/uploads/2024/02/eci.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ। କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସ୍ପି ବି. ଯୁଗଳ କିଶୋର, ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଇପିଏସ୍ କନୱର ବିଶାଲ ସିଂହଙ୍କୁ ବି ବଦଳି ପାଇଁ ନିର୍ଦ୍ଦେଶ ମିଳିଛି। ନିର୍ବାଚନ ସଂପର୍କୀତ କାମ ନଥିବା ସ୍ଥାନକୁ ବଦଳି ପାଇଁ ନିର୍ଦ୍ଦେଶ ଜାରି ହୋଇଛି।